December 12, 2025

ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି:ପ୍ରେମାନନ୍ଦ

1 min read

ବଲାଙ୍ଗୀର: ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ କହୁଥିଲା ମୋତେ ଯିଏ ତିଆରି କରିଛି ତାକୁ ଟିଟିଲାଗଡ଼ ଲୋକ ଦେଖିବା କଥା। କୌଣସି ଖୁସିରେ ଯଦି ମୁଁ ଟିଟିଲାଗଡ଼ ଆସିଥାନ୍ତି ମୋତେ ଭଲ ଲାଗିଥାନ୍ତା।

କିନ୍ତୁ ଆଜିର ଦୁଃଖ ଦିନରେ ଆସିବା ବହୁତ କଷ୍ଟ ଦେଉଛି ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ରବିବାର ହ୍ୟୁମାନ ସାଗରଙ୍କ ସମାଧି ପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲାପରେ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।