September 20, 2026

କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି

1 min read

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି। ବର୍ଷାଋତୁରେ ଏହି ସହରରେ ଥିବା ୧୧ ନମ୍ବର ଓ୍ବାର୍ଡରେ ଡେଙ୍ଗୁ ରୋଗ ରପ୍ରାଦୁର୍ଭା ବେଶୀ ହୋଇ ଥାଏ। ଏହି ଓ୍ବାର୍ଡରେ ଗତ ୨୦୧୧ରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ୧୧ଜଣ ମୃତ୍ୟୁବରଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏନ୍‌ଏ୍‌ସି ଅଧ୍ୟକ୍ଷ ନୃପରାଜ ଯାଦବ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରିଙ୍କ ଉଦ୍ୟମରେ ସହରର ପ୍ରତ୍ୟେକ ଡ୍ରେନ୍‌ରେ ମଶାମରା ତେଲ ପ୍ରୟୋଗ କରାଯାଉଥିବା ଜଣାପଡିଛି। ବର୍ଷାଋତୁରେ ଏହି ସହରରେ ମଶା ଓ ଡେଙ୍ଗୁର ପ୍ରାଦୁର୍ଭାବ ଦେଖାଦେଇଥାଏ। ତେଣୁ ଆଗୁଆ ପଦକ୍ଷେପ ନିଆଯାଉଛି।