December 12, 2025

ଆସନ୍ତା ୯ ତାରିଖରେ ବାରବାଟୀରେ ସ୍ବତନ୍ତ୍ର ‘ଆମ ବସ୍‌’ ଚାଲିବ

1 min read

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ହେବ। ତେଣୁ ଏନେଇ ସ୍ବତନ୍ତ୍ର ‘ଆମ ବସ୍‌’ ଚାଲିବ। ସ୍ବତନ୍ତ୍ର ବିବରଣୀ CRUT ପକ୍ଷରୁ ଜାରି ହୋଇଛି ।

ମ୍ୟାଚ୍‌ ଦିନ ବାରବାଟୀ ଷ୍ଟାଡିୟମରୁ ବରମୁଣ୍ଡା, ଭୁବନେଶ୍ବର ଷ୍ଟେଶନକୁ ଏହି ବସ୍‌ ଚାଲିବ। ମ୍ୟାଚ୍‌ ସରିବା ପରେ ବାରବାଟୀରୁ ନନ୍ଦନକାନନ ଦେଇ ବରମୁଣ୍ଡା ଯିବ ବସ୍‌। ୨୦ ମିନିଟ୍ର ବସ୍‌ ଯାତ୍ରାକୁ ଭଡ଼ା ବାବଦରେ ୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ସୂଚନା ଜାରି ହୋଇଛି। ଏହା ବ୍ୟତୀତ ‘ଆମ ବସ୍‌’ର କଟକ ସହ ଜଡ଼ିତ ଅନ୍ୟ ସେବା ମଧ୍ୟ ଚାଲୁରହିବ।