December 12, 2025

ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି

1 min read

ବିଶାଖାପାଟଣା : ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ୩ୟ ଦିନିକିଆ (India Vs SA )ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ଏହା ସହିତ ଭାରତ ଏହି ସିରିଜକୁ ୨-୧ରେ ଜିତିନେଇଛି ।

ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୭୫ ରନ କରିଥିବାବେଳେ ଜୟସ୍ବାଲ ଅପରାଜିତ ୧୧୬ ରନ କରିଥିଲେ । ସେହିପରି ବିରାଟ କୋହଲି ବିସ୍ଫୋରକ ଇନିଂସ ଖେଳି ମାତ୍ର ୪୫ ବଲରେ ୬୫ ରନ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ଦକ୍ଷିଣ ଆଫ୍ରିକୀୟ ବୋଲର ନିସ୍ପ୍ରଭ ଜଣାପଡ଼ୁଥିଲେ । ଦଳ ପକ୍ଷରୁ ଏକମାତ୍ର ୱିକେଟ କେଶବ ମହାରାଜ ନେଇଥିଲେ ।