September 21, 2026

କଳିଙ୍ଗା ଘାଟିରେ ୨୩ରୁ ୨୪ ସକାଳ ପର୍ଯ୍ୟନ୍ତ ଯାତାୟାତ ବନ୍ଦ

1 min read

ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ମୁକାବିଲା କରିବା ପାଇଁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରଖାଯିବ। କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ରାସ୍ତା ଦେଇ ଯାତାୟାତ କରିବାକୁ କୁହାଯାଇଛି।