ପିଏମଓର ନାଁ ବଦଳି ହୋଇଛି ସେବାତୀର୍ଥ
1 min read
ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ । ଏଣିକି ପିଏମଓ ସେବାତୀର୍ଥ ନାଁରେ ଜଣାଯିବ । କାରଣ ପିଏମଓର ନାଁ ବଦଳି ହୋଇଛି ସେବାତୀର୍ଥ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥ ନାମରେ ନାମିତ ହେବା ସହ ବିଚାର ମଧ୍ଯ ବଦଳିଲା । ପରିବର୍ତ୍ତିତ ନାମରେ ରହିଛି ଜନକଲ୍ୟାଣ ବାର୍ତ୍ତା ।
ଏହିକ୍ରମରେ କେନ୍ଦ୍ର ସଚିବାଳୟ ନାମ ହେଲା କର୍ତ୍ତବ୍ଯ ଭବନ । ପିଏମଓର କାର୍ଯ୍ୟଶୈଳୀ ଏବଂ ସାର୍ବଜନୀନ ସେବା ପ୍ରତି ସମର୍ପଣ ଭାବକୁ ସ୍ୱୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପରିବର୍ତ୍ତନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପିଏମଓକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଲଭ କରିବା, ଯାହା ଦ୍ଵାରା ଲୋକମାନେ ସେମାନଙ୍କର ସମସ୍ୟା ଏବଂ ପରାମର୍ଶଗୁଡ଼ିକୁ ସହଜରେ କହିପାରିବେ ।
ତେବେ ସମାନ କମ୍ପ୍ଲେକ୍ସରେ ଥିବା ‘ସେବା ତୀର୍ଥ-୨’ ଏବଂ ‘ସେବା ତୀର୍ଥ-୩’ କୋଠାରେ କ୍ୟାବିନେଟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଙ୍କ ଅଫିସ ରହିବ। ପୁରୁଣା ଅଫିସରୁ ନୂଆ ଅଫିସକୁ ସ୍ଥାନାନ୍ତର ଆରମ୍ଭ ହୋଇସାରିଛି । ଗତକାଲି ଅନେକ ରାଜ୍ୟର ରାଜଭବନ ନାଁ ବଦଳିଛି । ନୂଆ ନାଁ ହୋଇଛି ଲୋକଭବନ ।


