ସଂସଦର ଶୀତ ଅଧିବେଶନ ୧ ଡିସେମ୍ବର ଠାରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ
1 min read
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତାକାଲି (୧ ଡିସେମ୍ବର)ଠାରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଘୋଷିତ ଏହି ଅଧିବେଶନ ରାଜନୈତିକ ତାତି ଓ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ନେଇ ଚର୍ଚ୍ଚାରେ ରହିବ ବୋଲି କୁହାଯାଉଛି। ଶୀତ ଅଧିବେଶନରେ ୧୩ଟି ଗୁରୁତ୍ବପୂର୍ଣ୍ଣ ବିଧେୟକ ଗୃହୀତ କରାଇବାକୁ ସରକାର ଦୃଢ଼ ସଙ୍କଳ୍ପ ନେଇଛନ୍ତି। ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପରମାଣୁ ଶକ୍ତି (ସଂଶୋଧନ) ବିଧେୟକ ୨୦୨୫ (ଘରୋଇ କ୍ଷେତ୍ରରେ ନ୍ୟୁକ୍ଲିୟର ନିବେଶ ପାଇଁ ଦ୍ୱାର ଖୋଲିବ), ଉଚ୍ଚଶିକ୍ଷା ଆୟୋଗ ବିଧେୟକ (ୟୁଜିସି ବଦଳରେ ନୂଆ ନିୟାମକ) ଏବଂ ବୀମା ସଂଶୋଧନ ବିଧେୟକ (ବଜାର ଓ କମ୍ପାନି ଆଇନରେ ସଂଶୋଧନ) ଗୃହୀତ କରାଇବାକୁ ସରକାରଙ୍କ ଯୋଜନା ରହିଛି। ଏହାସହିତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଉପଲକ୍ଷେ ବିଶେଷ ଆଲୋଚନା ହେବ।


