ବିଶ୍ୱକପ ବିଜୟ ପରେ ରାଙ୍କିଙ୍ଗ୍ରେ ନମ୍ବର-୨
1 min read
ମୁମ୍ବାଇ: ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଦଳର ବିଶ୍ୱକପ୍ ବିଜୟ ପରେ ପ୍ରକାଶିତ ନୂତନ ତାଲିକାରେ ସ୍ମୃତି ମନ୍ଧାନା ଏକ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେପଟେ ଦକ୍ଷିଣ ଆଫ୍ରିକାର ଅଧିନାୟିକା ଲୌରା ୱୋଲଭାର୍ଡ଼୍ଟ ଦୁଇଟି ସ୍ଥାନ ଉପରକୁ ଉଠି ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି।
ବିଶ୍ୱକପ୍ ସେମିଫାଇନାଲ୍ ଓ ଫାଇନାଲ୍ ଉଭୟ ମ୍ୟାଚରେ ଶତକ ମାରିଥିବା ୱୋଲଭାର୍ଡ଼୍ଟ ତାଙ୍କୁ ପଛରେ ପକାଇଛନ୍ତି। ୱୋଲଭାର୍ଡ଼୍ଟ ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ ୫୭୧ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କୁ ୮୧୪ର କ୍ୟାରିୟର-ସର୍ବୋଚ୍ଚ ରେଟିଂ ମିଳିଛି। ସ୍ମୃତି ମନ୍ଧାନା ଟୁର୍ଣ୍ଣାମେଣ୍ଟର ସମସ୍ତ ସମୟ ପାଇଁ ଶୀର୍ଷ ସ୍ଥାନରେ ଥିଲେ।
ଅନ୍ୟପକ୍ଷରେ, ଭାରତର ଜେମିମା ରୋଡ୍ରିଗେଜ୍ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିବା ପରେ ନଅଟି ସ୍ଥାନ ଉପରକୁ ଉଠି ଶ୍ରେଷ୍ଠ ୧୦ରେ (୧୦ମ ସ୍ଥାନ) ପ୍ରବେଶ କରିଛନ୍ତି।
ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ମଧ୍ୟ ଚାରିଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ ଦୀପ୍ତି ଶର୍ମା ଅଲରାଉଣ୍ଡର ରାଙ୍କିଙ୍ଗ୍ରେ ଗୋଟିଏ ସ୍ଥାନ ଉନ୍ନତି କରି ଚତୁର୍ଥ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛନ୍ତି।
ସେହିପରି ଦକ୍ଷିଣ ଆଫ୍ରିକାର ମାରିଜାନ କପ୍ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ରେ ୫/୨୦ ପ୍ରଦର୍ଶନ କରିବା ପରେ ସୋଫି ଏକଲେଷ୍ଟୋନ୍ଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ବିଶ୍ୱକପ ବିଜୟ ପରେ ରାଙ୍କିଙ୍ଗ୍ରେ ନମ୍ବର-୧


