March 23, 2026

ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ

1 min read

ଭୁବନେଶ୍ବର: ପୁଣି ଖୋଲିଲା ସୁଭଦ୍ରା ପୋର୍ଟାଲ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂତନ ପଞ୍ଜୀକରଣ ନିମନ୍ତେ ସୁଭଦ୍ରା ପୋର୍ଟାଲ ନଭେମ୍ବର ୧ ତାରିଖରୁ ଖୋଲାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସୁଭଦ୍ରା ପୋର୍ଟାଲ ନଭେମ୍ବର ୧ରୁ ୩୦ ତାରିଖ ଯାଏଁ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଖୋଲା ରହିବ। ବିଧାନସଭା ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆପଡ଼ା ଜିଲ୍ଲାରେ ପୋର୍ଟାଲ ଖୋଲିବ ନାହିଁ।


୨୦୨୫ ଏପ୍ରିଲ ସୁଦ୍ଧା ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବ କିମ୍ବା ତଦୁର୍ଦ୍ଧ୍ୱ ହୋଇଥିବ ତଥା ୬୦ ବର୍ଷରୁ କମ୍ ହୋଇଥିବ, ସେମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ। ଏଥିପାଇଁ ସୁଭଦ୍ରା ଯୋଜନାର ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ।

ସୁଭଦ୍ରା ପୋର୍ଟାଲ ବ୍ୟତୀତ ‘ଆମ କେନ୍ଦ୍ର’ କିମ୍ବା ‘ଜନସେବା କେନ୍ଦ୍ର’ରେ ଦେୟମୁକ୍ତ ପଞ୍ଜୀକରଣ କରିପାରିବେ ହିତାଧିକାରୀ। ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୬ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା କିସ୍ତି ମିଳିବ।