ପୁଲିସ ଚାକିରିରେ ଜାଲିଆତି ଅଭିଯୋଗ
1 min read
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଲିସ ଚାକିରିରେ ଜାଲିଆତି ଅଭିଯୋଗ ହୋଇଛି । ପୁଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ବଡ ଡିଲ୍ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ହାଇଦ୍ରାବାଦ ନେଉଥିଲେ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଥ କୋଚିଂ ଦେବାକୁ ପ୍ରୟାସ କରୁଥିଲେ ବୋଲି ଜଣାପଡିଛି । ହେଲେ ବ୍ରହ୍ମପୁର ପୁଲିସ ସେମାନଙ୍କୁ ପିଛା କରି ଅଟକ ରଖିଥିବା ସୂଚନା ମିଳିଛି ।
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୁଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି । ହେଲେ ଏହି ଜାଲିଆତି ପଛରେ କିଏ ସେନେଇ ପୁଲିସ ବିଭାଗ ଛାନଭିନ୍ ଆରମ୍ଭ କରିଛି । ତେବେ ପୁଲିସ ଚାକିରି ଜାଲିଆତି ପଛରେ କେଉଁମାନେ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି