October 14, 2025

ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛି

1 min read

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍‌ରେ ପ୍ରଥମ ଥର ପାଇଁ ପ୍ରିଣ୍ଟ ହେବ। ଫଟୋ ତିନି-ଚତୁର୍ଥାଂଶ ସ୍ଥାନରେ ରହିବ ଯାହା ଦ୍ୱାରା ପ୍ରାର୍ଥୀଙ୍କୁ ସ୍ପଷ୍ଟ ଚିହ୍ନିବା ସହଜ ହେବ। ଏହା ସହ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ଓ ନୋଟା ୩୦ ଫଣ୍ଟ ସାଇଜରେ ବୋଲ୍ଡରେ ପ୍ରିଣ୍ଟ ହେବ।

ବାଲଟ୍ ପେପର ୭୦ ଜିଏସଏମ୍ ଗୁଣବତ୍ତା ଓ ବିହାର ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ଆରଜିବି ମୂଲ୍ୟ ସହିତ ଗୋଲାପୀ ରଙ୍ଗରେ ପ୍ରିଣ୍ଟ ହେବ। ଏହି ପରିବର୍ତ୍ତନ ଭୋଟରଙ୍କ ପାଇଁ ସ୍ପଷ୍ଟତା ବୃଦ୍ଧି ଓ ଭୋଟିଂ ପ୍ରକ୍ରିୟାକୁ ସରଳ କରିବ।

ଏହା ପୂର୍ବରୁ ବିହାରର ସ୍ୱତନ୍ତ୍ର ନିର୍ବାଚନୀ ତାଲିକା ସଂଶୋଧନ (SIR) କାର୍ଯ୍ୟରେ ୬୫ ଲକ୍ଷ ନାମ ବାଦ ଦିଆଯାଇଥିବା ନେଇ ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆପତ୍ତି ଉଠାଇଛନ୍ତି। ସୁପ୍ରିମକୋର୍ଟ ଅକ୍ଟୋବର ୭ରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।