January 24, 2026

ଅକ୍ଟୋବର ୮ରେ ଆରଆଇ, ଅମିନ ପରୀକ୍ଷା

1 min read

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ଦ୍ଵାରା ପରିଚାଳିତ ରାଜସ୍ଵ ନିରୀକ୍ଷକ, ଅମିନ, ସହକାରୀ ରାଜସ୍ଵ ନିରୀକ୍ଷକ, ଏସଏଫଏସ ଏବଂ ଆଇସିଡିଏସ ସୁପରଭାଇଜର ପରୀକ୍ଷା ଆସନ୍ତା ଅକ୍ଟୋବର ୮ ତାରିଖରୁ ଅନୁଷ୍ଠିତ ହେବ। ଏହା ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ। ଏ ସମ୍ପର୍କରେ ଆୟୋଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ପ୍ରବେଶ ପତ୍ରରେ ଉଲ୍ଲେଖ କରାଯିବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପୂର୍ବ ପରୀକ୍ଷାକୁ ରଦ୍ଦ କରିବା ଲାଗି କିଛି ପରିକ୍ଷାର୍ଥୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ହାଇକୋର୍ଟ ଏହାର ସାନି ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।