October 14, 2025

ବାୟୁ ପ୍ରଦୂଷଣରେ ଲଗାମ ଲଗାଇବା ପାଇଁ ଜୁଲାଇ ୧ରୁ ଦିଲ୍ଲୀରେ ବଡ଼ ପରିବର୍ତ୍ତନ

1 min read

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣରେ ଲଗାମ ଲଗାଇବା ପାଇଁ ଜୁଲାଇ ୧ରୁ ଦିଲ୍ଲୀରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦିଲ୍ଲୀ ସରକାରଙ୍କ ଆଦେଶ ମୁତାବକ, ନିଜ ସମୟ ଅବଧି ପୂରଣ କରି ସାରିଥିବା ଗାଡ଼ିଗୁଡ଼ିକୁ ଏଣିକି ମିଳିବନି ତେଲ। ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ପେଟ୍ରୋଲ ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। କମିଶନ ଫର୍‌ ଏୟାର କ୍ଵାଲିଟି ମ୍ୟାନେଜମେଣ୍ଟ( ସିଏକ୍ୟୁଏମ)ର ନିର୍ଦେଶାନୁସାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଦିଲ୍ଲୀବାସୀଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ଗଢ଼ିବାରେ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। ଏଭଳି ଗାଡ଼ିର ମାଲିକମାନଙ୍କୁ ସେମାନଙ୍କ ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରିବାକୁ ଦେବାକୁ ପଡ଼ିବ। ଯଦି ଆପଣ ଆପଣଙ୍କ ଗାଡ଼ିକୁ ଦିଲ୍ଲୀ-ଏନସିଆରରୁ ବାହାରକୁ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏନଓସି ନେବାକୁ ପଡ଼ିବ। ଦିଲ୍ଲୀରେ ୨୦୨୩ ପର୍ଯ୍ୟନ୍ତ ୫୪ ଲକ୍ଷରୁ ଊର୍ଦ୍ଧ୍ବ ଗାଡ଼ିର ପଞ୍ଜିକରଣ ରଦ୍ଦ ହୋଇସାରିଛି।