July 27, 2024

ରୋଡ୍ ଶୋ ପାଇଁ ଜୋରଦାର ପ୍ରସ୍ତୁତି, ସୁରକ୍ଷା ଦାୟିତ୍ଵରେ ୫୫ ପ୍ଲାଟୁନ୍ ଫୋର୍ସ

1 min read

ଭୁବନେଶ୍ଵର: ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଷ୍ଟରକାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ନୋ ଫ୍ଲାଇଂ ଜୋନ୍ କରାଯିବ। ବମ୍ ସ୍କ୍ଵାର୍ଡ ଏବଂ ଡଗ୍ ସ୍କ୍ଵାର୍ଡ ମୁତୟନ ରହିବେ। ୫ ଡେପୁଟି କମିଶନର , ୧୦ ଅତିରିକ୍ତ ଡେପୁଟି କମିଶନର, ୨୭ ଏସିପି, ୪୧ ଇନ୍ସପେକ୍ଟର , ୫୫ ପ୍ଲାଟୁନ୍ ଫୋର୍ସ ଏବଂ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ।

ପରିବହନ ବିଭାଗ , ସ୍ଵାସ୍ଥ୍ୟ ବିଭାଗ ଏବଂ ବିଏମସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏବେ ଜନପଥରେ ବାରିକେଡ୍ ବନ୍ଧା ଯାଉଛି। ରୋଡ୍ ଶୋ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ତେଣୁ ଟ୍ରାଫିକ ପରିଚାଳନା ଉପରେ ପୁଲିସ୍ ସ୍ଵତନ୍ତ୍ର ଦୃଷ୍ଟି ଦେଉଛି। ମୋଦିଙ୍କ ରୋଡ୍ ଶୋ ପାଇଁ ଆଜି ବିମାନରେ ୪ଟି ସ୍ଵତନ୍ତ୍ର କାର୍ ଆସିବ। ଏସବୁ ଗାଡି ଗୁଡିକ ବୁଲେଟ୍ ପ୍ରୁଫ୍ ବୋଲି ସୂଚନା ରହିଛି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡିକୁ ରିଜର୍ଭ ପୁଲିସ୍ ବାରାକକୁ ନିଆଯିବ। ସେଠାରେ ଗାଡି ଗୁଡିକ କମିଶନରେଟ୍ ପୁଲିସ୍ ଦାୟିତ୍ଵରେ ରହିବ। ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ଏସବୁ ଗାଡି ସେଠାରେ ପହଞ୍ଚିବାର ସୂଚନା ରହିଛି।

Leave a Reply

Your email address will not be published. Required fields are marked *