ବୁଦୁନା ଗାଁରେ ୪୬ ଟିକିଆ ହାତୀପଲ
1 min read
ସୁନ୍ଦରଗଡ଼: ଦିନରେ ଜଙ୍ଗଲ ଭିତରେ ରହୁଛନ୍ତି, ଆଉ ରାତି ହେଲେ ଜନବସତି ମୁହାଁ। ସୁନ୍ଦରଗଡ଼ର ହାତୀପଲଙ୍କ ଦୌରାତ୍ମ୍ଯ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ର ବଡ଼ଗାଁ ବନାଞ୍ଚଳ ବୁଦୁନା ଗାଁ ନିକଟରେ ଏବେ ଚଳପ୍ରଚଳ କରୁଛନ୍ତି ୪୬ଟି ହାତୀ। ଏକ ବଡ଼ ହାତୀପଲକୁ ନେଇ ଆତଙ୍କିତ ଲୋକେ। ହାତୀ-ମଣିଷ ମୁହାଁମୁହିଁ ଆଶଙ୍କା ଭିତରେ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ।
ମହାବୀର ପାହାଡ଼ ଅଞ୍ଚଳରେ ୨୬ଟି, ବେଲୁଆବାହାଲରେ ୧୬ଟି, ପଞ୍ଚରା ଅଞ୍ଚଳରେ ୩ଟି ଓ ଟିକିଲିପଡ଼ାରେ ଗୋଟିଏ ଦନ୍ତା ହାତୀ ଚଳପ୍ରଚଳ କରୁଛି।
ଏହି ହାତୀପଲ ମଧ୍ୟରୁ ଏକ ବଡ଼ ପଲ ଏବେ ବୁଦୁନା ଗାଁ ନିକଟରେ ପହଞ୍ଚିଛି। ଗତ ମାସ ୭ ତାରିଖରେ ଏହି ଅଞ୍ଚଳରେ ଥିଲେ ୨୫ଟି ହାତୀ। ଏଥିରେ ୧୧ଟି ମାଈ ହାତୀ, ୧୨ଟି ଦନ୍ତା ଏବଂ ୨ଟି ଛୁଆ ହାତୀ ଥିଲେ। ଆଜି ୨୭ ଦିନରେ ହାତୀପଲରେ ଆଉ ଏକ ଛୁଆ ହାତୀ ଜନ୍ମ ନେଇଥିବା ମଧ୍ୟ ସୂଚନା ମିଳିଛି।
କୌଣସି ଜୀବନହାନି କିମ୍ବା ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି
ତେବେ ଦିନ ସମୟରେ ହାତୀମାନେ ଜଙ୍ଗଲ ଭିତରେ ରହୁଥିବା ବେଳେ, ରାତି ହେଲେ ଗାଁମୁହାଁ ହେଉଛନ୍ତି। ଏପର୍ଯ୍ୟନ୍ତ ହାତୀପଲ ଗାଁ ଭିତରକୁ ପଶିଥିଲେ ମଧ୍ୟ କୌଣସି ଜୀବନହାନି କିମ୍ବା ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି।
ଏବେ ଡ୍ରୋନ୍ କ୍ୟାମେରା ସହ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ଏବେ କଡ଼ା ନଜର ରଖିଥିବାବେଳେ ଜନବସତି ଅଞ୍ଚଳରୁ ହାତୀପଲଙ୍କୁ ଦୂରେଇବା ପାଇଁ ଉଦ୍ୟମ ଜାରି ରଖିଛି


