September 3, 2026

କୁଲଡିହା ଅଭୟାରଣ୍ୟ ଭିତରେ ଶିକାର କରି ଫେରାର ହୋଇ ଯାଇଥିବା ଦୁଇ ଶିକାରୀଙ୍କୁ ଟ୍ରାପ୍ କ୍ୟାମେରା ସହାୟତାରେ ଗିରଫ କରାଯାଇଛି

1 min read

ନୀଳଗିରି: କୁଲଡିହା ଅଭୟାରଣ୍ୟ ଭିତରେ ଶିକାର କରି ଫେରାର ହୋଇ ଯାଇଥିବା ଦୁଇ ଶିକାରୀଙ୍କୁ ଟ୍ରାପ୍ କ୍ୟାମେରା ସହାୟତାରେ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କ ଘରେ ତଲାସି କରାଯାଇଥିଲା କୁଲଡିହା ଓ କପ୍ତିପଦା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ବସୁଧରା ଗାଁରେ ତଲାସି କରାଯାଇ ସୋରେନ ମାର୍ଣ୍ଡି (୫୭) ଓ ଲୁଗୁ କିସ୍କୁ (୩୪)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଘରୁ ଗୋଟିଏ ଏସ୍‌ଏମ୍‌ବିଏଲ୍‌ ବନ୍ଧୁକ, ୧୦ ବଣ୍ଡଲ୍ ଜିଆଇ ତାର ଫାଶ, ଗୋଟିଏ ଧନୁ ଓ ୩ଟି ତୀର ଜବତ କରାଯାଇଛି। ଏହି ଚଢ଼ଉରେ କୁଲଡିହାର ଭାରପ୍ରାପ୍ତ ରେଞ୍ଜର ସୌମ୍ୟରଞ୍ଜନ ମାଝୀ, ଫରେଷ୍ଟର ଅଜୟ ଜେନା, ଦେବରାଜ ରାଉତ, ଫରେଷ୍ଟ ଗାର୍ଡ ଜୟଲକ୍ଷ୍ମୀ ପୁହାଣ, ଲିପିକା ପାଣିଗ୍ରାହୀ, ହିମାଂଶୁ ପାଢ଼ୀ, ମାଧବ ସିଂ ପ୍ରମୁଖ ସାମିଲ ଥିଲେ।