July 27, 2024

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ

1 min read

ବାଲେଶ୍ଵର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ଵର ଲୋକସଭା ଆସନରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ୧୭.୧୦ ପ୍ରତିଶତ ଭୋଟଗ୍ରହଣ ହୋଇଛି। ସେହପରି ଭଦ୍ରକ ଲୋକସଭା ଆସନରେ ୨୧.୫୦ ପ୍ରତିଶତ, ଜଗତସିଂହପୁରରେ ୨୩.୦୧ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୪.୦୩ ପ୍ରତିଶତ ଏବଂ ମୟୂରଭଞ୍ଜରେ ୨୨.୨୫ ପ୍ରତିଶତ ମତଦାନ ହୋଇଛି। ଅନ୍ୟପଟେ ଦିନ ୧୧ଟା ସୁଦ୍ଧା ବିଧାନସଭା ଆସନ ମଧ୍ୟରେ

ବାଲେଶ୍ଵର ଜିଲ୍ଲାର ବସ୍ତାରେ ସର୍ବାଧିକ ୨୯.୬୦ ପ୍ରତିଶତ ମତଦାନ ହୋଇଥିବାବେଳେ ଧର୍ମଶାଳା ଆସନରେ ସର୍ବନିମ୍ନ ୧୫ ପ୍ରତିଶତ ଭୋଟଗ୍ରହଣ ହୋଇଛି। ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି। ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୨୨.୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୨.୯୧ ପ୍ରତିଶତ, ଚଣ୍ଡିଗଡ଼ରେ ୨୫.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୦୨ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୨୪.୨୫୮ ପ୍ରତିଶତ, ଝାଡ଼ଖଣ୍ଡରେ ୨୯.୫୫ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୨୮.୧୦ ପ୍ରତିଶତ ମତଦାନ ହୋଇଛି।

Leave a Reply

Your email address will not be published. Required fields are marked *