ଭାରତ ଏବଂ ଜିମ୍ବାୱେ ରବିବାର ହରାରେ ସ୍ପୋର୍ଟସ କ୍ଲବରେ ଟି୨୦ ଶୃଙ୍ଖଳାର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି
1 min read
ହରାରେ: ଭାରତ ଏବଂ ଜିମ୍ବାୱେ ରବିବାର ହରାରେ ସ୍ପୋର୍ଟସ କ୍ଲବରେ ଟି୨୦ ଶୃଙ୍ଖଳାର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରେୟସ ଆୟରଙ୍କ ନେତୃତ୍ବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଛି। ଏହି ମ୍ୟାଚ୍ ଜିତିବା ପାଇଁ ଜିମ୍ବାୱେକୁ ୧୯୩ ରନ୍ ଲକ୍ଷ୍ୟ ମିଳିଛି। ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକ ହାସଲ କରିଛନ୍ତି।


