ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା : ଭାଗ ନେଲେ ୮୦ ପ୍ରତିଯୋଗୀ
1 min read
ଭୁବନେଶ୍ୱର,୩୦।୫: ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ସ୍ଥାନୀୟ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ଅନୁଷ୍ଠିତ ହୋଇଛି। ଏହାର ସେମିଫାଇନାଲ ଖୋର୍ଦ୍ଧା ସ୍ଥିତ କେଟି ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ ହୋଇଥିଲା। ଏହାକୁ ସୁଚାରୁ ଭାବରେ ଆୟୋଜନ କରିଥିଲେ ମିସେସ୍ ଇଣ୍ଡିଆର ନିର୍ଦ୍ଦେଶିକା ସୁଶ୍ରୀ ଅୟନା ରାଉତରାୟ ଏବଂ ଏହାର ପରିଚାଳନା ନିର୍ଦ୍ଦେଶିକା ଜ୍ୟୋତିର୍ମୟୀ ମହାପାତ୍ର।
ଦେଶର ବିଭିନ୍ନ ପ୍ରାନ୍ତରୁ ୮୦ ଜଣ ପ୍ରତିଯୋଗୀ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଦୁଇ ଦିନ ଧରି ଚାଲିଥିଲା ପ୍ରତିଯୋଗିତା। ବିଭିନ୍ନ ରାଉଣ୍ଡ ଯଥା: ରାଉଣ୍ଡ ଟ୍ୟାଲେଣ୍ଟେଡ , ପର୍ସନାଲ ଇଣ୍ଟରଭିଉ, ଫିଟନେସ , ଫୋଟୋ ସୁଟ ଅନୁଷ୍ଠିତ ହୋଇଥିଲା। ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲରେ ନ୍ୟାସନାଲ କଷ୍ଟ୍ୟୁମ ରାଉଣ୍ଡ ଓ ପ୍ରଶ୍ନ-ଉତ୍ତର ରାଉଣ୍ଡ ହୋଇଥିଲା। ଏଥିରେ ଜୁରୀ ଭାବରେ ବିଶାଖାପାଟନମର ଲିୟନ ପ୍ରିନ୍ସ, ଫେମିନା ମିସେସ ଇଣ୍ଡିଆ ଓଡ଼ିଶା ଟପ ୫ – ମିସ କେ. ଆର୍ ସନ୍ତୋଷିନୀ, ମିସ୍ ଓଡ଼ିଶା, କୋକୋ ବେରୀ ,ମିସେସ ଦିଗଦର୍ଶୀ ମିଶ୍ର, କସମେଟିକ ସର୍ଜନ ଡାକ୍ତର ଜୟନ୍ତ କୁମାର ଦାଶ ଓ ସେଲିବ୍ରିଟି ଡିଜାଇନର ଜୀତ ଜଗଜୀତ ଓ ଫ୍ୟାସନ ଫଟୋଗ୍ରାଫର – ଅଭିଷେକ ପଟ୍ଟନାୟକ ବିଚାରକ ଭାବରେ ଯୋଗ ଦେଇ ଥିଲେ।
ଏଥିରେ ଅଭିନେତ୍ରୀ ଶିବାନୀ ସଂଗୀତା , ଦେବଯାନୀ, ଲିପିକା ପରିଡା, ଗୁରୁ ଶାଶ୍ୱତ ଯୋଶୀ, ଓଡ଼ିଆ ଟୋକା ଆକାଶ ହୋତା, ପ୍ରଡ୍ୟୁସର ରମେଶ ବାରିକ, ଡାକ୍ତର ପ୍ରକାଶ ଶ୍ରୀଚନ୍ଦନ, ଆଦିତ୍ୟ ଦାଶ, ଚେୟାରମାନ ସୂର୍ଯ୍ୟ ଉଦ୍ୟୋଗ ଏବଂ ଶୁଭମ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ରାଧା ଗୋବିନ୍ଦ ହୋମ୍ସ,ଅତିଥି ଭାବେ ଯୋଗ ଦେଇ ଥିଲେ। ଏଥିରେ ୩ ଜଣ ସେଲିବ୍ରିଟି ଡିଜାଇନର ତାଙ୍କର ସୁନ୍ଦର ପୋଷାକ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ଭାବରେ ପରିଚାଳନା କରିଥିଲେ, ଛାତ୍ର ନେତା ଓ ସମାଜସେବୀ ସୁଜଳ ପୂର୍ଣ୍ଣଶ୍ଳୋକ ମହାପାତ୍ର ଏବଂ ଆଶିଷ ମଲିକ।


