ଏଚ.ଏନ୍.ଏସ ମହାବିଦ୍ୟାଳୟର ୨୦୦୫ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ
1 min read
ଭୁବନେଶ୍ୱର,୨୭/୪(ଦିପକ କୁମାର କର) : ଏଚ.ଏନ୍.ଏସ ମହାବିଦ୍ୟାଳୟ, ଚାନ୍ଦୋଳର ୨୦୦୫ ମସିହା (କଳା) ବିଭାଗର ବନ୍ଧୁମିଳନ ରବିବାର ଦିନ ଅନୁଆପଡାସ୍ଥିତ ମାତୃବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଅବନି ରଞ୍ଜନ ନାୟକ, ରମାକାନ୍ତ ଦାସ ବର୍ତମାନର ସଂସ୍କୃତ ବିଭାଗ ଅଧ୍ୟାପିକା ଶ୍ରୀମତି ଦାସ, ଇଂରାଜୀ ବିଭାଗର ପ୍ରଭାକର ଦାସ ଓ ଶିକ୍ଷା ବିଭାଗର ସୁକନ୍ୟା ମହାନ୍ତି ପ୍ରମୂଖ ଯୋଗଦେଇଥିଲେ ।
ସେମାନେ ସମସ୍ତେ ଗୁରୁ ଓ ଛାତ୍ରଛାତ୍ରୀ ସମ୍ପର୍କ ତଥା ବନ୍ଧୁତ୍ୱକୁ ଗୁରୁତ୍ୱ ଦେଇ କେମିତି ପ୍ରତିବର୍ଷ ଏହିପରି ଭାବେ କାର୍ଯ୍ୟକ୍ରମ କରି ପିଲାମାନଙ୍କ ମଧ୍ୟରେ ଏକଜୁଟତାର ସୁତ୍ର ମଜଭୁତ କରିବା ତଥା ସମୟ, ଶକ୍ତି ଓ ସମ୍ପତିକୁ କେମିତି ସୁବିନିଯୋଗ କରିହେବ ତାହା ଉପରେ ଆଲୋକପାତ କରିଥିଲେ । ଏକୋଇଶି ବର୍ଷର ବ୍ୟବଧାନ ପରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ପୁରାତନ ପିଲାମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ବହୁ ଦୁରଦୂରାନ୍ତରୁ ପୁରୁଣା ଛାତ୍ରଛାତ୍ରମାନେ ଯୋଗଦେଇଥିଲେ ।
ଏଥିରେ ସମସ୍ତ ପୁରୁଣା ସ୍ମୃତିମାନ ନିଜନିଜ ମଧ୍ୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଭାପତି ଉତମ ଦାସଙ୍କ ନେତୃତ୍ୱରେ ପରିଚାଳନା ସୁଚାରୁରୂପେ ସମ୍ପାଦିତ ହୋଇଥିଲା । ଏଥିରେ ସମ୍ପାଦକ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଉପଦେଷ୍ଟା ଡ.ମନୋରଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଆଗାମୀ ବର୍ଷରେ ଅନୁପସ୍ଥିତ ରହିଥିବା ବନ୍ଧୁମାନଙ୍କୁ ଯୋଡିବା ଓ ସମୟକୁ ସଠିକ୍ ଭାବେ ପରିଚାଳନା କରାଯିବ ବୋଲି ସଭାପତି ଉତମ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।


