July 27, 2024

ଡେରାବିଶ କଲେଜରେ ମେଗା ରକ୍ତଦାନ ଶିବିରର : ୧୦୧ ୟୁନିଟ୍ ରକ୍ତ ସଂଗ୍ରହ

1 min read

ଡେରାବିଶ,୧୫/୧୨(ସ୍ଵ.ପ୍ର) : ଡେରାବିଶ ମହାବିଦ୍ୟାଳୟରେ ‘ ନୂଆ ଓଡିଶା ‘ ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ଉଦଘାଟନ କରିଥିଲେ । ସ୍ଥାନୀୟ ଯୁବନେତା ତଥା ଡେରାବିଶ ବ୍ଲକର ଉପାଧ୍ୟାକ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ୧୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ନାୟକ, ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଲ୍ଲିକ, ଗୋଲରାହାଟ ପଞ୍ଚାୟତର ସରପଞ୍ଚ କାଶିନାଥ କାଣ୍ଡି ଓ ପ୍ରାକ୍ତନ ସରପଞ୍ଚ ତ୍ରିଲୋଚନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ପାଖରେ ବକ୍ତବ୍ୟ ରଖିଥିଲେ l ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡ. ଦେବୀ ପ୍ରସାଦ ସାହୁ ଓ ଡେରାବିଶ ଉନ୍ନିତ ଗୋଷ୍ଠି ସ୍ଵସ୍ଥ୍ୟକେନ୍ଦ୍ର କର୍ମଚାରୀ ମାନଙ୍କର ସହାୟତାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କ ଠାରୁ ୧୦୧ ୟୁନିଟ୍ ରକ୍ତ ସଂଗୢହିତ ହୋଇଥିଲା ।

Leave a Reply

Your email address will not be published. Required fields are marked *