June 22, 2026

ଯୁବସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କର ମସ୍ତିଷ୍କ ଆଘାତରେ ପରଲୋକ

1 min read

ଖଡ଼ିଆଳ:ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଦୈନିକ ସମାଜ ଖବର କାଗଜର କାର୍ଯ୍ୟରତ ଯୁବସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କର ମସ୍ତିଷ୍କ ଆଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ଶ୍ରୀ ଭୋଇ ଗତ ୨୦ ତାରିଖ ଦିନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଖଡ଼ିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା।ପରେ ଅଵସ୍ଥା ସଂକଟାପନ୍ନ ହେବାରୁ ଶନିବାର ରାତିରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଭୋଇଙ୍କ ଉତ୍ତମ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମସ୍ତ ବ୍ୟବସ୍ତା କରିବାସହ,ଦରକାର ପଡିଲେ ଉତ୍ତମ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ବନ୍ଦୋବସ୍ତ କରିବେ ବୋଲି ଜଣାଇସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଆଜି ସକାଳ ସମୟରେ ତାଙ୍କର ପୈତୃକ ଗ୍ରାମ ମୁରିବାହାଲ ବ୍ଲକର ଗୋଇମୂଣ୍ଡ ଗ୍ରାମରେଶବ ପହଁଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସଂସାନ ଘାଟ ରେ ଶବ ଦାହ ସଂସ୍କାର କରାଯାଇଥିଲା। ତାଙ୍କର ଦାହ ସଂସ୍କାର କାର୍ଯକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବିଜେଡ଼ିଯୁବ ନେତା ଗିରିରାଜ ସିଂହ ମାଝୀ,ସାମ୍ୱାଦିକ, ଗ୍ରାମବାସୀ, ସମ୍ପର୍କୀୟ ମାନେ ସାମିଲ ହୋଇଥିଲେ। ତାଙ୍କର ସ୍ତ୍ରୀ ଦେବକୀ ଭୋଇ ଓ ୨ ଝିଅ ଲିପ୍ସା ଓ ଲିଲିମା ଅଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଙ୍କ ସହ ସମାଜ କାର୍ଯ୍ୟରତ ସାମ୍ୱାଦିକ ଙ୍କ ସମେତ, ବଲାଙ୍ଗୀର, ସମ୍ବଲପୁର, ସଂସ୍କରଣ ମୁଖ୍ୟ କାର୍ଯ୍ୟାଳୟ କଟକ ବିଭିହ୍ନ ବିଭାଗର ପ୍ରମୁଖ ପ୍ରମୁଖ ଅଧିକାରୀ ତଥା କଣ୍ଟାବାଞ୍ଜି ଅଞ୍ଚଳ ର ବୁଦ୍ଧିଜୀବୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସ୍ବର୍ଗତ ଭୋଇ ଉତ୍କଳ ସାମ୍ବାଦିକ ସଙ୍ଘ ବଲାଙ୍ଗୀର ଜିଲ୍ଲା ଶାଖାର ଉପସଭାପତି, କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ଉପସଭାପତି ଏବଂ ବର୍ତମାନ ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ସାମ୍ବାଦିକ ସଙ୍ଘର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।ସେ ଜଣେ ଉଚ୍ଚଶିକ୍ଷିତ ମିଷ୍ଠ ଭାଷୀ ମେଳାପି ସ୍ଵଭାଵ ସହ ସାମାଜିକ ସଂଗଠନ ସହ ଜଡିତ ଥିଲେ।ବର୍ତମାନ ତାଙ୍କର ବୃଦ୍ଧ ପିତାମାତା ସହ ଧର୍ମପତ୍ନୀ ଏବଂ ୨ ଝିଅ ଥିବାବେଳେ, ଭୂମି ହୀନ ପରିବାରରେ ଆଉକେହି ରୋଜଗାର କ୍ଷମ ବ୍ୟକ୍ତି ନଥିବା ବେଳେ,ପରିବାର ଭରଣ ପୋଷଣ ଏକ ମାତ୍ର ପୁଅ ଭାବେ ଅଶୋକ ଘର ଚଳାଉଥିଲେ। ଏଣୁ ଜିଲାପ୍ରଶାସନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଶୋକ ସମପ୍ତ ପରିବାରକୁ ଥଇଥାନ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ସହ ଅଞ୍ଚଳ ବାସି ଦୃଷ୍ଟି ଆକର୍ଷଣ କରିଛନ୍ତି।