July 27, 2024

ମହିଳା ସାମ୍ବାଦିକଙ୍କୁ ମାଡ଼ -ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ

1 min read

ଭୁବନେଶ୍ବର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ମହଙ୍ଗା ପଡ଼ିଛି। ଆଜି ଖାରବେଳନଗର ଥାନା ପୁଲିସ ଟୁଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲା ରୁଜୁ ହେବା ପରେ ଆଜି ଟୁଟୁଙ୍କୁ ଖାରବେଳନଗର ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ୍ କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୫ରେ ସେ ଥାନାରେ ପହଞ୍ଚିଥିଲେ। ଏହା ପରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ଅପରାହ୍ନ ୪ଟା ୧୫ରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନା ଅନୁସାରେ, ମହିଳା ସାମ୍ବାଦିକଙ୍କ ଅଭିଯୋଗ ଆଧାରରେ ଗତକାଲି ଖାରବେଳନଗର ଥାନାରେ କେସ୍ ନଂ-୫୫୩/୨୩ ଓ ଆଇପିସି ଦଫା-୩୪୧, ୩୫୪, ୩୨୩, ୨୯୪ରେ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *