March 10, 2026

ବସ ଧକ୍କାରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ

1 min read

ଜଗତସିଂହପୁର: ଜଗତସିଂହପୁର ଜିଲା ତିର୍ତ୍ତୋଲ ବଜାର ନିକଟରେ ଶୁକ୍ରବାର ବସ ଧକ୍କାରେ ଜଣେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ହେଲେ ସୁରଜା ମୁଣ୍ଡା। ସେ ଡ୍ୟୁଟି ସାରି ଫେରୁଥିବାବେଳେ ଏକ ବସ ତାଙ୍କୁ ଧକ୍କା ଦେଇଥିଲା। ସୁରଜାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।