ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା
1 min read
ଵ୍ରହ୍ମପୁର: ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବନଗର ତୃତୀୟ ଲାଇନରେ । ଜଣେ ମହିଳା ତାଙ୍କ ଶାଶୁଘରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।
ଗୁରୁତର ଜଣଙ୍କ ହେଲେ କାଳି ପ୍ରସାଦ ମିଶ୍ରଙ୍କ ସ୍ତ୍ରୀ’ ରାଜଲଷ୍ମୀ ମିଶ୍ର(୨୪)। ତାଙ୍କ ଶରୀରର ଶତକଡା ୭୫ଭାଗ ପୋଡି ଯାଇଛି ।ପୋଲିସ ଉପସ୍ଥିତିରେ ଡାକ୍ତରଦଳ ଆହତ ମହିଳାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଛି । ଗୋଟିଏ ପଟେ ମହିଳା ଜଣଙ୍କ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ନଥିବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣା ସ୍ଥଳକୁ ଯାଇ ପାରିପାର୍ଶିକ ସ୍ଥିତି ଯାଞ୍ଚ କରୁଛି।
ଅନ୍ୟପଟେ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି, ମହିଳାଙ୍କ ଦରପୋଢ଼ା ଶାଢ଼ୀ, ଚୁଟି, କାଚ , ପେଟ୍ରୋଲ ବୋତଲ, ଦିଆସିଲ ଇତ୍ୟାଦି ଜୈବ ନମୁନା ସଂଗ୍ରହ କରି ତଦନ୍ତ କରୁଛି। ଘରୋଇ ଅଶାନ୍ତିରୁ ମହିଳା ଜଣଙ୍କ ଏଭଳି ଭାବେ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି ।


