May 20, 2026

ପରକୀୟାପ୍ରୀତି ସନ୍ଦେହ, ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ

1 min read

ଲଇକେରା: କିର୍ମିରା ବ୍ଲକ ବାଗଡ଼ିହି ଫାଣ୍ଡି ଅନ୍ତର୍ଗତ ଦେଓପାନ ଗ୍ରାମରେ ପରକିୟାପ୍ରୀତି ସନ୍ଦେହରେ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ସୁଲେହି ପଞ୍ଚାୟତ ଦେଓପାନ ଗ୍ରାମର ମନୋଜ ଛତ୍ରିଆ ଓ ପତ୍ନୀ ସୁଷମା ଛତ୍ରିଆ (୨୮)ଙ୍କ ମଧ୍ୟରେ ବିବାଦ ହୋଇଥିଲା। ସୁଷମାଙ୍କ ସହ ଅନ୍ୟ ପୁରୁଷର ସମ୍ପର୍କ ଥିବା ସନ୍ଦେହ କରି ଏହି ବିବାଦ ହୋଇଥିଲା। ବିବାଦ ସମୟରେ ମନୋଜ ଏକ ଠେଙ୍ଗାରେ ସୁଷମାଙ୍କୁ ନିସ୍ତୁକ ପିଟିଥିଲେ। ପରେ ତାଙ୍କୁ ପାଖପଡ଼ୋଶୀ ଉଦ୍ଧାର କରି ଝାରସୁଗୁଡ଼ା ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲଇକେରା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଝାରସୁଗୁଡା ଏସ୍‌ଡିପିଓ ଉମା ଶଙ୍କର ସିଂହଙ୍କ ସମେତ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିବା ସହିତ ସ୍ୱାମୀ ମନୋଜ ଛତ୍ରିଆ କୁ ଅଟକ ରଖିଥିବା ବେଳେ ସୁଷମାର ଶବକୁ ବୁଧବାର ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ଶ୍ରୀ ମେହେର ।