July 26, 2024

ସାର୍ବଜନିକ ହେଉ ଭୋଟିଂ ଡାଟା

1 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର (୨୪ ମେ’)ରେ ନିର୍ବାଚନ ଆୟୋଗଙ୍କୁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। ସଂପୂର୍ଣ୍ଣ ଭୋଟିଂ ଆକଳନ ବିଳମ୍ବରେ ପ୍ରକାଶ ପାଇବା ନେଇ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ ଏକ ପିଟିସନ ଶୁଣାଣି କରିଥିଲେ। ଲୋକ ସଭା ନିର୍ବାଚନ ସମୟରେ ଭୋଟ ପ୍ରତିଶତ ସଂଖ୍ୟାକୁ ନିଜ ୱେବସାଇଟରେ ଅପଲୋଡ କରିବା ସମ୍ପର୍କରେ କୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭୋଟ ଦେବାର ୪୮ଘଣ୍ଟା ମଧ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିଆଯାଇଥିବା ଭୋଟର ତଥ୍ୟ ୱେବସାଇଟରେ ରଖିବାକୁ କୋର୍ଟ ଏକ ଆବେଦନ ଶୁଣାଣି କରିଛନ୍ତି। କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ, ଏନଜିଓ ଆସୋସିଏଶନ

ଫର ଡେମେକ୍ରେଟିକ ରିଫରମର୍ସ ଏହି ଆବେଦନ କରିଥିଲା। ନିର୍ବାଚନ ଆୟୋଗ କୋର୍ଟଙ୍କୁ କହିଛନ୍ତି ଯେ ଫର୍ମ ୧୭ସି (ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିଆଯାଇଥିବା ଭୋଟର ତଥ୍ୟ) ୱେବସାଇଟରେ ଅପଲୋଡ କରିବା ଅନୁଚିତ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୫ଟି ପର୍ଯ୍ୟାୟ ନିର୍ବାଚନ ହୋଇଛି। ବର୍ତ୍ତମାନ ପ୍ରକ୍ରିୟା ବଦଳାଇବାକୁ ନିର୍ବାଚନ ଆୟୋଗ ଉପରେ ଚାପ ପକାଇବା ଠିକ ହେବ ନାହିଁ। ନିର୍ବାଚନ ଆୟୋଗର ଓକିଲ ମନିନ୍ଦର ସିଂ କହିଛନ୍ତି ଯେ ଆବେଦନକାରୀ ADR ର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ଦ୍ୱନ୍ଦରେ ପକାଇବା। ADR ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରି ସୁପ୍ରିମକୋର୍ଟ ୨୬ ଏପ୍ରିଲରେ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

Leave a Reply

Your email address will not be published. Required fields are marked *