July 13, 2026

ଫିଫା ଫୁଟବଲ ବିଶ୍ବକପର ସେମିଫାଇନାଲରେ ପହଞ୍ଚିିଥିବା ୪ଟି ଯାକ ଦଳ ଫ୍ରାନ୍‌ସ, ସ୍ପେନ, ଇଂଲଣ୍ଡ ଓ ଆର୍ଜେଣ୍ଟିନା ହେଉଛନ୍ତି ପୂର୍ବତନ ଚମ୍ପିଆନ

1 min read

ମିଆମି:ଚଳିତ ଫିଫା ଫୁଟବଲ ବିଶ୍ବକପର ସେମିଫାଇନାଲରେ ପହଞ୍ଚିିଥିବା ୪ଟି ଯାକ ଦଳ ଫ୍ରାନ୍‌ସ, ସ୍ପେନ, ଇଂଲଣ୍ଡ ଓ ଆର୍ଜେଣ୍ଟିନା ହେଉଛନ୍ତି ପୂର୍ବତନ ଚମ୍ପିଆନ। ଫ୍ରାନ୍‌ସ ୧୯୯୮ ଓ ୨୦୧୮ରେ ଦୁଇଥର, ସ୍ପେନ ୨୦୧୦ରେ ଥରେ, ଇଂଲଣ୍ଡ ୧୯୬୬ରେ ଥରେ ଓ ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨ରେ ୩ଥର ଚମ୍ପିଆନ ହୋଇଛନ୍ତି।ଏଥି ସହିତ ସ୍ପଷ୍ଟ ହୋଇଛି ଯେ, ଚଳିତ ବିଶ୍ବକପରେ ଆଉ ନୂଆ ବିଜେତାଙ୍କୁ ଦେଖିବାକୁ ମିଳିବନି। ସେମିଫାଇନାଲରେ ପହଞ୍ଚିଥିବା ୪ଟି ଦଳ ମଧ୍ୟରୁ ୩ଟି ୟୁରୋପୀୟ ଦେଶ ଓ ଗୋଟିଏ ଲାଟିନ୍‌ ଆମେରିକୀୟ ​‌େ​ଦଶ ରହିଛି। ପୂର୍ବରୁ ବିଶ୍ବକପ ଜିତିଥିବା ଉକ୍ତ ୪ ଦଳଙ୍କ ମଧ୍ୟରୁ ଗୋଟିଏ ଦଳ ପୁଣି ଥରେ ବିଶ୍ବ ବିଜେତା ହେବ। ସେମିଫାଇନାଲରେ ପହଞ୍ଚିିଥିବା ୪ଟି ଯାକ ଦଳରେ ତାରକା ଖେଳାଳି ରହିଛନ୍ତି। ଫ୍ରାନ୍‌ସର କିଲିଆନ ଏମ୍‌ବାପେ-ସ୍ପେନର ମିକେଲ ଓୟାରସାବଲ, ଆର୍ଜେଣ୍ଟିନାର ଲିଓନେଲ ମେସି- ଇଂଲଣ୍ଡର ହ୍ୟାରୀ କେନ୍‌ଙ୍କ ମଧ୍ୟରେ ଲଢେଇ ହେବ।