September 21, 2026

ଟ୍ରମ୍ପଙ୍କୁ ତାଙ୍କର ନୋବେଲ ପୁରସ୍କାର ପ୍ରଦାନ କଲେ ମାଚାଡୋ

1 min read

ୱାସିଂଟନ: ଭେନେଜୁଏଲାର ବିରୋଧୀ ଦଳ ନେତା ଏବଂ ନୋବେଲ ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ସାକ୍ଷାତ କରିଛନ୍ତି। ଭେନେଜୁଏଲାରେ ଦମନ ପରେ ଏହି ବୈଠକ ଉପରେ ନଜର ରଖାଯାଇଥିଲା। ବୈଠକ ପରେ ମାଚାଡୋ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ବୈଠକ ସମୟରେ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଛନ୍ତି।

ଯଦିଓ ସେ ପ୍ରକୃତରେ ଏହାକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ମାଚାଡୋ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ବୈଠକ ପାଇଁ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ।