October 2, 2026

ୟୁପିଆଇ ସମ୍ପୂର୍ଣ୍ଣ ମାଗଣା ରହିବ

1 min read

ଭୁବ‌ନେଶ୍ବର: ଗ୍ରାହକମାନଙ୍କ ଉପରେ ୟୁପିଆଇ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌)ର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବ୍ୟାଙ୍କ ଅଫ୍‌ ବରୋଦାର ଏମ୍‌ଡି ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି। ସେ କହିଲେ, ଗ୍ରାହକଙ୍କ ପାଇଁ ୟୁପିଆଇ ସମ୍ପୂର୍ଣ୍ଣ ମାଗଣା ରହିବ। ଦୁଇ ହଜାର ଟଙ୍କାରୁ କମ୍‌ ମୂଲ୍ୟର କାରବାରକୁ ଏମ୍‌ଡିଆର୍‌ ବାହାରେ ରଖାଯାଇଥିବାରୁ ତାହା ଛୋଟ ବ୍ୟବସାୟୀମାନଙ୍କୁ ସୁରକ୍ଷା ପ୍ରଦାନ କରିବ। ୯୬ ପ୍ରତିଶତ କାରବାର ପ୍ରଭାବିତ ହେବନାହିଁ।

ଅଧିକ ମୂଲ୍ୟର କାରବାର ଉପରେ ନାମମାତ୍ର ଶୁଳ୍କ ଡିଜିଟାଲ୍‌ ପେମେଣ୍ଟର କ୍ରମାଗତ ଅଭିବୃଦ୍ଧି ଓ ପରିସଂସ୍ଥାର ଦୀର୍ଘସ୍ଥାୟିତ୍ବ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ।ୟୁପିଆଇ ଦ୍ରୁତ, ସୁବିଧାଜନକ ଓ ସହଜ ହୋଇଥିବାରୁ ଗ୍ରାହକ ଓ ବ୍ୟବସାୟୀମାନେ ଏହାକୁ ପସନ୍ଦ କରୁଛନ୍ତି।