January 7, 2026

ରୁଷ ଉପରେ ୟୁକ୍ରେନ୍‌ର ଆକ୍ରମଣ

1 min read

ମସ୍କୋ: ନୂଆବର୍ଷ ପୂର୍ବ ସନ୍ଧ୍ୟା ଏବଂ ଜାନୁଆରି ୧ ରାତିରେ ରୁଷର ତୈଳ ଭିତ୍ତିଭୂମି ଉପରେ ୟୁକେନ୍‌ ଡ୍ରୋନ୍ ଆକ୍ରମଣ କରିଛି। ରୁଷ ଗଣମାଧ୍ୟମ ଅନୁଯାୟୀ କାଲୁଗା ଅଞ୍ଚଳର ଲୁଡିନୋଭୋ ତୈଳ ଡିପୋ ଏବଂ କ୍ରାସନୋଡାର କ୍ରାଇର ଇଲସ୍କି ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିଛି। ଡ୍ରୋନ୍ ଆକ୍ରମଣ ଦ୍ୱାରା ଉଭୟ ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯାହା ରୁଷ-ୟୁକ୍ରେନ ବିବାଦରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣର ରଣନୀତିକୁ ଆହୁରି ତୀବ୍ର କରିବାର ସୂଚାଇ ଦେଉଛି।