July 24, 2026

ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ ଏଆଇ ଏକ ପ୍ରକୃଷ୍ଟ ସୁଯୋଗ

1 min read

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କିଲ୍‌ ଦ ନେସନ୍‌ ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାର ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ମଧ୍ୟ ଉଦଘାଟନ କରିଥିଲେ। ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥା ଏବଂ ସମାଜକୁ ନୂଆ ଆକାର ଦେଉଛି। ଆମେ କିପରି ଶିଖୁଛୁ, କିପରି କାମ କରୁଛୁ, ଆଧୁନିକ ସେବା କିପରି ପାଇପାରୁଛୁ ଏବଂ ମାନବତାର ସବୁଠାରୁ ବଡ଼ ଆହ୍ୱାନକୁ କିପରି ମୁକାବିଲା କରୁଛୁ ତାହାକୁ ଏଆଇ ପ୍ରଭାବିତ କରୁଛି। ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ, ଏଆଇ କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ।