July 27, 2024

ରାସ୍ତା ପାର୍ ହେଉଥିବାବେଳେ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ

1 min read

ଭୁବନେଶ୍ଵର: ଭୁବନେଶ୍ଵର ପଳାଶୁଣୀ ଛକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା ପାର୍ ବେଳେ ଘୋଷାଡି ନେଲା ଟ୍ରକ୍ ରାସ୍ତା ପାର୍ ହେଉଥିବାବେଳେ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାପଡିଛି। ଆଜି ସକାଳେ ଉଭୟ ରାସ୍ତା ପାର୍ ହେଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ସେମାନଙ୍କୁ ପ୍ରାୟ ୫୦୦ ମିଟର ଘୋଷାଡି ନେଇଛି। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଟ୍ରକଟି ଭୁବନେଶ୍ଵରରୁ କଟକ ଯାଉଥିଲା। ସେପଟେ ଦୁର୍ଘଟଣା ଘଟିବା ପରେ ଗାଡି ସହ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *