March 13, 2026

ଆମେରିକାର ନାଗରିକତ୍ଵ ପାଇଁ ଟ୍ରମ୍ପଙ୍କ ବଡ଼ ଅଫର

1 min read

ଆମେରିକା: ଆମେରିକାର ନାଗରିକତା ହାସଲ କରିବା ଲାଗି ଅନେକ ବିଦେଶୀଙ୍କ ସ୍ବପ୍ନ ରହିଥାଏ। ଯଦି ଆପଣଙ୍କ ନିକଟରେ ପ୍ରଚୁର ଅର୍ଥ ଅଛି, ତେବେ ଏହି ସ୍ବପ୍ନ ସହଜରେ ପୂରଣ ହୋଇପାରିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଫର ଘୋଷଣା କରିବାକୁ ଯାଉଛନ୍ତି। ଏହା ଜରିଆରେ ଧନୀ ଅପ୍ରବାସୀମାନେ ଆମେରିକାର ନାଗରିକତ୍ଵ ଗ୍ରହଣ କରିପାରିବେ ଏବଂ ଗୋଲ୍ଡ କାର୍ଡ ହାସଲ କରିପାରିବେ। ଏଥିପାଇଁ ଦରକାର ପଡ଼ିବ ୫୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୪୪ କୋଟି ଟଙ୍କା। ତେବେ ଏହି ଅର୍ଥ ଆମେରିକା ସରକାର ସିଧାସଳଖ ଆପଣଙ୍କଠାରୁ ନେବେ ନାହିଁ। ଆପଣଙ୍କୁ ଆମେରିକାରେ ଏହି ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ଟ୍ରମ୍ପ ଭିଜା କାର୍ଯ୍ୟକ୍ରମକୁ ଆମେରିକୀୟ ନାଗରିକତାର ରାସ୍ତା ବୋଲି କହିଛନ୍ତି।