February 12, 2026

ବସ୍‌କୁ ଧକ୍କା ଦେଲା ଟ୍ରେଲର

1 min read

ଢେଙ୍କାନାଳ: ଢେଙ୍କାନାଳ ଏକ ଘରୋଇ ସ୍କୁଲ ବସ୍‌ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍‌କୁ ଧକ୍କା ଦେଇ ଟ୍ରେଲର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ । ଏଥିରେ ୧୦ରୁ ଅଧିକ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସକାଳୁ ପିଲାଙ୍କୁ ନେଇ ସ୍କୁଲ ନେଇ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗାର କୋରିଆଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି। ଆହତ ସମସ୍ତ ଛାତ୍ରୀଛାତ୍ରଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ପହଞ୍ଚି ପିଲାଙ୍କୁ ଚିକିତ୍ସା କରି ଘରକୁ ପଠାଇଛନ୍ତି।