August 12, 2026

ବାଘ ସଫାରୀରେ ପର୍ଯ୍ୟଟକ ସଫାରୀ ଗାଡ଼ିରେ ବୁଲୁଥିବା ବେଳେ ସଫାରୀ ଭିତରେ ହଠାତ୍‌ ଏକ ବାଘ ହରିଣ ଉପରେ ଲମ୍ପ ମାରିଥିଲା

1 min read

CREATOR: gd-jpeg v1.0 (using IJG JPEG v62), quality = 82

ବାରଙ୍ଗ,୧୨ା୮: ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ ଫଟୋ ଯାହାର ପ୍ରମାଣ ଦେଉଛି। ଯେଉଁଠି ଏକ ବାଘ ନିରୀହ ହରିଣକୁ ଖିନ୍‌ଭିନ୍‌ କରି ଖାଉଛି। ଏହି ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକାଶ ଯେ,ନନ୍ଦନକାନନ ବାଘ ସଫାରୀରେ ପର୍ଯ୍ୟଟକ ସଫାରୀ ଗାଡ଼ିରେ ବୁଲୁଥିବା ବେଳେ ସଫାରୀ ଭିତରେ ହଠାତ୍‌ ଏକ ବାଘ ହରିଣ ଉପରେ ଲମ୍ପ ମାରିଥିଲା। ହରିଣଟି ଜୀବନ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରି ବାଘ କବଳରୁ ବଞ୍ଚି ପାରି ନ ଥିଲା। କିଛି ସମୟ ମଧ୍ୟରେ ତା’ର ଜୀବନ ଚାଲିଯାଇଥିଲା। ଏହି ଦୃଶ୍ୟ ସେ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଭୟର କାରଣ ପାଲଟିଥିଲା। ଏହି ସମୟରେ କେହି କେହି ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲି ନ ଥିଲେ। ଯାହାର ଭିଡିଓ ଏବେ ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି।

ଯେହେତୁ ଏହା ଏକ ଚିଡ଼ିଆଖାନା ସହ ଅଭୟାରଣ୍ୟ ଅଟେ ଅନ୍ୟପଟେ ବାଘ ସଫାରୀ ମଧ୍ୟ ଜଙ୍ଗଲ ପରିବେଶରେ ରହିଛି ସେଠାରେ ମୁକ୍ତରେ ବିଚରଣ କରୁଥିବା ହରିଣଙ୍କୁ ବାଘରସ୍ବେଭାବ ଅନୁଯାୟୀ ଆକ୍ରମଣ କରି ମାରି ଖାଇପାରିବ। ଏଥିରେ ଅସୁବିଧା କିଛି ନାହିଁ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମୀରାସେ କହିଛନ୍ତି।