February 14, 2025

ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି

1 min read

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।