May 31, 2026

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

1 min read

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ପ୍ରଭୁଙ୍କର ଏହି ସ୍ବତନ୍ତ୍ର ଗୁପ୍ତ ନୀତି ସନ୍ଧ୍ୟା ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ଜାରି ରହିବ। ତେଣୁ ଏହି ସମୟ ମଧ୍ୟରେ ସାଧାରଣ ଭକ୍ତଙ୍କ ପାଇଁ ଜଗାଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରାଯାଇଛି।