ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ
1 min read
ମୋହନା: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଯାଜ୍ଞସେନୀ। ମୋହନା ହିଲ ଟପ ମହାବିଦ୍ୟାଳୟ +୩ ର ଛାତ୍ରୀ ଯାଜ୍ଞସେନୀ ବେହେରା ପ୍ରଥମେ ମହାବିଦ୍ୟାଳୟ ଓ ଜିଲାରେ ପୁରସ୍କୃତ ହୋଇ ଗତ ୧୧ ତାରିଖରେ ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟରେ ଆୟୋଜିତ ଯୁବ ଲେଖକ ଦିବସ /ଅମୃତ ପିଢି ସାରସ୍ବତ କର୍ମଶାଳାରେ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି। ଭୁବନେଶ୍ବର ଓ ୟୁଟି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହି ଯାଜ୍ଞସେନୀଙ୍କୁ ପୁରସ୍କୃତ କରିଛନ୍ତି। ଯାଜ୍ଞସେନୀଙ୍କୁ ନିଜ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ନିଜ ପରିବାର ଓ ଗଜପତି ଜିଲାବାସୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।


