January 17, 2025

ବରଗଡ଼ ଧନୁଯାତ୍ରାର ଆଜି ହେଉଛି ନବମ ଦିବସ

1 min read

ବରଗଡ଼: ବିଶ୍ୱପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ନବମ ଦିବସ। ଚାଲି ମାସ ୩ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ ଧନୁଯାତ୍ରାରେ ପ୍ରତ୍ୟେକ ଦିନ ଅଭିନୀତ ହେଉଛି ଅସୁର ରାଜା ମହାପ୍ରତାପୀ କଂସଙ୍କ ଅତ୍ୟାଚାର ଓ ତା ସହିତ ଶ୍ରୀକୃଷ୍ଣଙ୍କ ଲୀଳା।
ଶନିବାର ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଦରବାରରେ ରାଜ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଉଛି। ଆଜି ମୁନି ଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର, କୃଷ୍ଣ ବଳରାମଙ୍କ ମଥୁରାରେ ପ୍ରବେଶ ଏବଂ ବିଦାୟ ଉତ୍ସବ ଅଭିନୀତ ହେବ।

ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ, ଏନସିସି ଲ୍ୟୁଟନାଣ୍ଟ କର୍ଣ୍ଣେଲ ବିମଳ ମିଶ୍ର ଏବଂ ଦୁବାଇ ଜୁହାର ପରିବାରର ସଙ୍ଗଠକ ପ୍ରଶାନ୍ତ ମେହେର ରାଜଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜ କଂସ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।