June 5, 2026

ଏକ ଯାତ୍ରୀବାହୀ ବସ୍ ସହ ବାଇକ୍ ଧକ୍କା ହେବା ଫଳରେ ୩ଜଣ ଗୁରୁତର

1 min read

କେଶଦୁରାପାଳ: କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତ ସାତକୋଶିଆ ଘାଟି ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ବାଇକ୍ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଭୁବନେଶ୍ୱର ରୁ କରଞ୍ଜିଆ ଅଭିମୁଖେ ଫେରୁଥିବା ମାତୃ କରୁ ଣା ନାମକ ଏକ ଯାତ୍ରୀବାହୀ ବସ ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏକ ବାଇକ ସହିତ ଧକ୍କା ହୋଈ ଯିବାରୁ ୩ ଜଣ ବାଇକ ଆରୋହି ଗୁରୁତର ହୋଇଥିଲୋ।ଗୁରୁତର ଅବସ୍ଥାର ସେମାନ ଙ୍କୁ ଉଦ୍ଧାର କରି ପଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା .ହେଲେ ଆନନ୍ଦପୁର ଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଆହାତ ମାନେ ହେଲେ ୨ ଜଣ ମହୁଲଡିହା ଥାନା ଅନ୍ତର୍ଗତ ଝାଟିକି ଡିହା ଗ୍ରାମର ରୁଷିଆ ବିନିଶା (୨୫) ପ୍ରଶାନ୍ତ ମଢେଇ ୨୦ ଓ ଅ ନ୍ୟ ଜଣେ କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଓ ସ୍ମପଙ୍ଗା ଗ୍ରାମର ବିଶ୍ୱଜିତ୍ ନାୟକ ୩୦ ଗ୍ରାମରୁ ବାଇକ ଯୋଗେ ବଜାର କୁ ଯାଇ ଫେରୁଥିବା ବେଳେ ଭୁବନେଶ୍ୱର ରୁ ଫେରୁଥିବା ମତୃକରୁଣା ବସ ସହ ବାଇକ ଆସି ଧକ୍କା ହୋଈ ଥିଲା ।ଫଳରେ ବାଇକ ଟି ଫୋପାଡି ହୋଇଥିବା ବେଳେ ଆରୋହି ମାନେ ଛିଟିକି ପଡ଼ିଥିଲେ।ଗୁରୁତର ଅବସ୍ଥାରେ। ଆମୁଲାନ୍ସ ଯୋଗେ ବାଇକ୍ ଆରୋହୀ ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅଵସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।