Categories

February 9, 2026

ମାର୍ଚ୍ଚ ୧୯ ତାରିଖ ପରେ ପାଗ ବଦଳିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

1 min read

ଭୁବନେଶ୍ବର: ରାଜ୍ୟରେ ତାତି ଆହୁରି ୪ ଦିନ ଅସ୍ତବ୍ୟସ୍ତ କରିବ। ମାର୍ଚ୍ଚ ୧୯ ତାରିଖ ପରେ ପାଗ ବଦଳିବା ସହ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ ଆଗାମୀ ତିନିଦିନ ଅର୍ଥାତ ୧୯ ତାରିଖ ଯାଏ ତାତି କଲବଲ କରିବା ସହିତ ଆଭ୍ୟନ୍ତରିଣ ଓଡ଼ିଶାରୁ ଉପକୂଳ ପର୍ଯ୍ୟନ୍ତ ଅସମ୍ଭାଳ ତାତିରେ ଜଳିବ। ତେବେ ଗତକାଲି ୪୨.୫ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ ରହିଥିବା ବେଳେ ଏହାର ତାପମାତ୍ରା ଆଗାମୀ ଦିନରେ ୪୩ ଡିଗ୍ରି ସେଲସିୟସ୍ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୨ ଦିନ ଯାଏ ସିଭିୟର ହିଟ ୱେଭ୍ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିଟ ୱେଭ୍‌କୁ ନେଇ ଅନୁଗୁଳ, ବଲାଙ୍ଗୀର , ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣିଂ ସହ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ,ବଲାଙ୍ଗୀର, କଳାହାଣ୍ଡି ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ,ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକଲି ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ସିଭିୟର ହିଟ ୱେଭ୍‌କୁ ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିଟ ୱେଭ୍‌କୁ ନେଇ ବଲାଙ୍ଗୀର, ସୋନପୁର କଳାହାଣ୍ଡି ବୌଦ୍ଧ ଓ ସୁନ୍ଦରଗଡ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଉଷ୍ମ ରାତ୍ରିର ସ୍ଥିତିକୁ ନେଇ ମୟୁରଭଞ୍ଜ, ସମ୍ବଲପୁର,ବଲାଙ୍ଗୀର ଓ ବୌଦ୍ଧ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ନୟାଗଡ ,ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।