July 27, 2024

ଭୁଶୁଡି ପଡିଲା ମାଲକାନଗିରି ଉଡାଜାହାଜ ପଡିଆ ପାଚେରୀ

1 min read

ମାଲକାନଗିରି : ପୁଣି ଭୁଶୁଡି ପଡିଲା ମାଲକାନଗିରି ଉଡାଜାହାଜ ପଡିଆ ପାଚେରୀ। ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣାଧୀନ ବିମାନ ବନ୍ଦରର ପୃଥକ ପୃଥକ

ଜାଗାରେ ୬୦ ମିଟର ଲମ୍ବା ପାଚେରୀ ଭୁଶୁଡି ପଡିଛି। ପୂର୍ବରୁ ମଧ୍ୟ ଏଠାରେ ପାଚେରୀ ଭାଙ୍ଗି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୂର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ବିମାନ ବନ୍ଦରରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *