July 26, 2024

ନବୀନ ନିବାସରେ ଆଜି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା

1 min read

ଭୁବନେଶ୍ୱର : ନିର୍ବାଚନରେ ପରାଜୟ ପରେ ନବୀନ ନିବାସରେ ବରିଷ୍ଠ ବିଜେଡ଼ି ନେତା ଶନିବାର ପହଞ୍ଚି ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, କଳିକେଶ ସିଂଦେଓ,ସଞ୍ଜୟଦାସ ବର୍ମା, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ। ନବୀନ ନିବାସରେ ଆଜି ହୋଇପାରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ

ଆଲୋଚନା | ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି। ଆଜି ସକାଳ ୧୨ ଟା ପୂର୍ବରୁ ନବୀନ ନିବାସରେ ପହଞ୍ଚିସାରିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତେବେ ବୈଠକରେ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇ ନଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି |

ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ଜୁନ୍‌ ୫ରେ ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଥିଲେ। ଦଳର ଆଗାମୀ କାର୍ଯ୍ୟପନ୍ଥା, ଆଭିମୁଖ୍ୟ ତଥା ରଣନୀତି ସମ୍ପର୍କରେ ଆଲୋ‌ଚନା ହୋଇଥିବା ବରିଷ୍ଠ ନେତାମାନେ ସୂଚନା ପ୍ରଦାନ କରିଛନ୍ତି। କେଉଁ କାରଣରୁ ଏଥର ଦଳ ପରାଜୟ ବରଣ କଲା ସେନେଇ ଆଲୋଚନା କରିବାକୁ ନେତାମାନେ ଏକାଠି ହୋଇଥିବା କୁହାଯାଉଛି । ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରୁଛନ୍ତି ।

Leave a Reply

Your email address will not be published. Required fields are marked *