December 11, 2025

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ

1 min read

ଭୁବନେଶ୍ଵର: ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୟାନିଧିଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଛନ୍ତି। ୬୩ ଏକର ଜମି, ୫୫ ଲକ୍ଷର ଜମାରାଶି ସାଙ୍ଗକୁ ବିଭିନ୍ନ ସହରରେ କୋଠା ରହିଥିବା ଜଣାପଡ଼ିଛି।

ଦୟାନିଧିଙ୍କର ୮ଟି ଠିକଣାରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ଵର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଥିବା ଘରେ ଚଢ଼ାଉ କରିଥିଲେ ଅଧିକାରୀ। ଚଢ଼ାଉ ସମୟରେ ନବରଙ୍ଗପୁରରେ ୫୭ ଏକର ଜାଗାରେ ନିର୍ମିତ ୨ଟି ଫାର୍ମ ହାଉସ ଠାବ ହୋଇଛି। ତା’ ସହିତ ଫଟାକୋଟରେ ୬ ଏକର ଅଞ୍ଚଳରେ ନିର୍ମିତ ଏକ ଫାର୍ମ ହାଉସ ରହିଛି। ଭୁବନେଶ୍ଵରରେ ଏକ ୩ ମହଲା କୋଠା ସହ ୨ଟି ବିଲ୍ଡିଂ, ୫୫ ଲକ୍ଷ ଟଙ୍କାର ଜମାରାଶି ଠାବ ହୋଇଛି। ଦୟାନିଧିଙ୍କର ଏକ ଶପିଂ କଂପ୍ଲେକ୍ସ ମଧ୍ୟ ରହିଛି। ଏହାବ୍ୟତୀତ ଏକ ବେନାମୀ କାର ମଧ୍ୟ ଠାବ କରିଛି ଭିଜିଲାନ୍ସ।