ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଜାମିନକୁ ଶୁକ୍ରବାର ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି
1 min read
ନୂଆଦିଲ୍ଲୀ: ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଜାମିନକୁ ଶୁକ୍ରବାର ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଗତବର୍ଷ ମେ’ରେ ରାଜାଙ୍କ ସହ ସୋନମ ମେଘାଳୟ ବୁଲିବାକୁ ଯାଇଥିବା ବେଳେ ସେଠାରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମେଘାଳୟର ଏକ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି ମେଘାଳୟ ସରକାରଙ୍କ ତରଫରୁ ମେଘାଳୟ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ତେବେ ମେଘାଳୟ ହାଇକୋର୍ଟ ସରକାରଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ନେଇ ମେଘାଳୟ ସରକାରଙ୍କ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଏମ୍ଏମ୍ ସୁନ୍ଦରେଶ ଓ ଶୀଲ ନାଗୁଙ୍କ ପୀଠ ଜାମିନ ଉପରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ।


