October 10, 2026

ଭାରତ ବିପକ୍ଷ ଟି୨୦ ଶୃଙ୍ଖଳାରୁ ଚାମ୍ପମ୍ୟାନ ଓ ଫୋକ୍‌ସ ବାଦ୍‌

1 min read

ଅକ୍‌ଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳା ଚଳିତ ଅକ୍ଟୋବର ୨୨ରୁ ନଭେମ୍ବର ୧ ପଯ୍ୟନ୍ତ ଖେଳାଯିବ। ଏହା ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା ଲାଗିଛି। ଦଳଇ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ମାର୍କ ଚାମ୍ପମ୍ୟାନ ଓ ଅଲରାଉଣ୍ଡର ଜ୍ୟାକ୍‌ ଫୋକ୍‌ସ ବାଦ୍‌ ପଡ଼ିଛନ୍ତି। ଆହତ ପାଇଁ ଦୁଇ ଖେଳାଳି ଉକ୍ତ ଟି୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଉଭୟେ ଖେଳାଳି ପ୍ରଥମରୁ ଘୋଷିତ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଫିଟ୍‌ନେସ ପରୀକ୍ଷାରେ ବିଫଳ ହେବାରୁ କ୍ରିକେଟ ନ୍ୟୁଜିଲାଣ୍ଡ ପକ୍ଷରୁ ତାଙ୍କୁ ବାଦ୍‌ ଦିଆଯାଇଛି।

ବାମହାତୀ ବ୍ୟାଟ୍‌ସମ୍ୟାନ ଚାମ୍ପମ୍ୟାନ ୟୁରୋପିୟାନ ଟି୨୦ ପ୍ରିମିୟର ଲିଗ୍‌ ଖେଳିବା ଅବସରରେ ଆହତ ହୋଇଥିଲେ। ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଆହତ ଥିବା ସତ୍ତ୍ବେ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ସମ୍ପୂୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ବାଦ ଦିଆଯାଇଛି। ଅଲରାଉଣ୍ଡର ଫେ୍ାକ୍‌ସଙ୍କ ଡାହାଣ ପଟ ଥାଇରେ ଆଘାତ ଲାଗିଛି। ସେ ଉକ୍ତ ଆଘାତରୁ ସମ୍ପୂର୍ଣ୍ଣ ମୁକୁଳି ନଥିବାରୁ ତାଙ୍କୁ ମଧ୍ୟ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଜୋଶ କ୍ଲାର୍କସନ ଓ ଦ୍ରୁତ ବୋଲର ବ୍ଳେୟାର ଟିକ୍‌ନରଙ୍କୁ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡ ମୁଖ୍ୟ ପ୍ରଶିକ୍ଷକ ରବ୍‌ ୱାଲଟରା କହିଛନ୍ତି ଯେ, ଚାମ୍ପମ୍ୟାନ ଓ ଫୋକ୍‌ସ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ସେ ପ୍ରଥମରୁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଇଛି। ଟେ​‌ଷ୍ଟ ଶୃଙ୍ଖଳା ବେଳକୁ ଉଭୟେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ବୋଲି ୱାଲଟର କହିଛନ୍ତି।