ରକ୍ତମୁଖା ସାଜିଲା ଜନ୍ମକଲା ପୁଅ
1 min read
ଆଠଗଡ଼: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଅଭାବନୀୟ ଘଟଣା ଘଟିଛି। ଗତକାଲି କୌଣସି ପାରିବାରିକ ସମସ୍ୟାକୁ ନେଇ ବାପା ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବାପାକୁ ଏକ ଶିଳପୁଆରେ ଛେଚି ହତ୍ୟା କରିଛି। ପରେ ଗ୍ରାମବାସୀମାନେ ପିତୃହନ୍ତା ପୁଅକୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ। ଆଠଗଡ଼ ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ଗତ ଦୁଇବର୍ଷ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କରିଥିଲା ପ୍ରଫେସର ପୁଅ ।


