June 20, 2026

ରାଷ୍ଟ୍ରପତି ଜନ୍ମମାଟିରେ

1 min read

ରାଇରଙ୍ଗପୁର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍ଣରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଜନ୍ମମାଟିରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ କରିଛନ୍ତି। ଓଡ଼ିଶା ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ନେଇ ଜନ୍ମମାଟିରେ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।
ନିଜ ପ୍ରଥମ କର୍ମଭୂମି ଏବଂ ଜନ୍ମଭୂମିଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ସହଭାଗିତାରେ ଆୟୋଜିତ ପ୍ରଥମ ମାଗଣା ସ୍ବାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ। ଏହାପରେ ସ୍ବାସ୍ଥ୍ୟକର୍ମୀଙ୍କ ସହିତ କଥା ହୋଇଥିଲେ। ଏହାପରେ ରାଷ୍ଟ୍ରପତି କୁସୁମୀ ବ୍ଲକ ପାଇଁ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ବ୍ରହ୍ମାକୁମାରୀ ସଂଗଠନର ନୂତନ ଭବନ, ସ୍ପେଶାଲ ସର୍କିଟ ହାଉସ ଏବଂ ନବଗଠିତ ରାଇରଙ୍ଗପୁର ପୁଲିସ ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଥିବା ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ସମୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଗସ୍ତର ସବୁଠାରୁ ଭାବପୂର୍ଣ୍ଣ ଦିଗ ହେଉଛି ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ମୟୂରଭଞ୍ଜ ଗସ୍ତରେ ଆସି ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ସୂଚନାଯୋଗ୍ୟ ଯେ ଖରାପ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ବିମାନ ଆସିବା ସମ୍ଭବ ନହେବାରୁ ସେ ନିର୍ଦ୍ଧାରିତ ସମୟର ଦୁଇ ଘଣ୍ଟା ବିଳମ୍ବରେ ଆଜି ଅପରାହ୍ଣ ୪ଘଣ୍ଟା ୩୦ ମିନିଟରେ ରାଇରଙ୍ଗପୁର ପହଞ୍ଚିଥିଲେ। ୪୯ ନମ୍ବର ଜାତୀୟ ରାଜପଥ ଦେଇ ପ​‌େ​‌ଡ଼ାଶୀ ରାଜ୍ୟ ପଶ୍ଚିମବଙ୍ଗସ୍ଥିତ କଲେଇକୁଣ୍ଡା ବିମାନବନ୍ଦରରୁ ଆସିଥିଲେ।