ସ୍ୱାଧୀନତା ଦିବସ ରେ ରାଜ୍ୟବାସୀଙ୍କୁ ମୋହନ ସରକାର ଦେବାକୁ ଯାଉଛନ୍ତି ବଡ଼ ଭେଟି
1 min read
ଭୁବନେଶ୍ୱର : ସ୍ବାଧୀନତା ଦିବସ ପୂର୍ବରୁ ରାଜ୍ୟବାସୀଙ୍କୁ ମୋହନ ସରକାର ବଡ଼ ଭେଟି ଦେବାକୁ ଯାଉଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି। ହେଲେ ଏହାକୁ ନେଇ ଏଯାଏ କୌଣସି ସରକାରୀ ଘୋଷଣା ହୋଇନାହିଁ।
ବିଜେପି ନିର୍ବାଚନ ସମୟରେ ଭତ୍ତା ବଢିବା ନେଇ ପ୍ରତିଶ୍ରୁତି ଦେଇଥିଲା। ଆଉ ଚଳିତ ବର୍ଷ ବଜେଟରେ ଏଥିପାଇଁ ବ୍ୟୟବରାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ ବଜେଟରେ ଘୋଷଣା କରିଥିଲେ ଯେ, ୬୦ ବର୍ଷରୁ ଅଧିକ ସମସ୍ତଙ୍କୁ ୩୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଭତ୍ତା ମିଳିବ।ସରକାର ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢାଇଛନ୍ତି। ପୁର୍ବରୁ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଥିବା ବେଳେ ୪ ଲକ୍ଷ ୧୩ ହଜାର ବୃଦ୍ଧି ହୋଇଛି। ତେବେ ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିବ ବୋଲଇ ସମ୍ଭାବନା ରହିଛି।